ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍ : ୨୯ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାତ୍ରୀବାହୀ ଘରୋଇ ବସ୍‌କୁ ପିଟିଲା ଏକ ଘରୋଇ କମ୍ପାନୀର ଟ୍ୟାଙ୍କର । ଫଳରେ ବସ୍‌ରେ ଥିବା ୨୯ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ କୁମୁଦିନୀ ନାମକ ଏକ ଘରୋଇ ବସଟି ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ତେବେ ସଂପୃକ୍ତ ଟ୍ୟାଙ୍କରଟି ବସକୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ଲୋଇସିଂହା ହସପିଟାଲରେ ଭର୍ତ୍ତି କରିଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ କେଉଁ ପରିସ୍ଥିତିରେ ବସ୍‌ ଟ୍ୟାଙ୍କରକୁ ପିଟିଲା ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.