ଟ୍ରେନ୍‌ରେ ଦୁଇ ଭାଇଙ୍କ ମଧ୍ୟରେ କଳି ହୋଇ ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳନ୍ତା ଟ୍ରେନରେ ଯାତ୍ରା କରୁଥିବାବେଳେ ଗୋଟିଏ ପରିବାର ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଗାଳିଗୁଳଜ ବଚସା ହୋଇ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଜଣେ ଆଉଜଣଙ୍କ ସହିତ ମରାମାରି ହୋଇ ଛୁରାମାଡ଼ କରିଛି, ଜଣେ ଟ୍ରେନ ଯାତ୍ରୀ । ମୃତକ ଜଣକ ହେଲେ ପ୍ରସନ୍ନଜିତ ଗରାଇ । ତାଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ଜଣକ ହେଲେ ରାଜୀବ ଗରାଇ, ସେ ଗଞ୍ଜାମ ସହରାଞ୍ଚଳ ଥାନାରେ ଅଟକ ଅଛି । ସୂଚନା ଅନୁସାରେ ରାଜୀବ ଓ ତା’ର ସ୍ତ୍ରୀ, ପିଲା, ପିତା ଓ ପରିବାରଙ୍କୁ ନେଇ ଚେନ୍ନାଇ- ହାୱାଡା ମେଲ ଟ୍ରେନ୍ ଯୋଗେ ତାଙ୍କ ନିଜ ଗ୍ରାମ କୋଲକୋତା ଅଭିମୁଖେ ଯାଉଥିଲେ । ଅଭିଯୁକ୍ତ ଓ ମୃତକ ଉଭୟ ପଶ୍ଚିମବଙ୍ଗ ପ୍ରଦେଶର ବାହାଦୂରପୁର ଅଞ୍ଚଳ ବାସିନ୍ଦା ବୋଲି ଜଣାପଡିଛି । ଚେନ୍ନାଇ ଏବଂ ଅନ୍ୟାନ୍ୟ ଅଞ୍ଚଳ ଦୂର ପରିଭ୍ରମଣରେ କୁଆଡ଼େ ଯାଇ ଫେରିବା ବେଳେ କୌଣସି ନା’ କଣ, ନିଜ ସ୍ତ୍ରୀ ସହ ସମ୍ପର୍କୀୟ ଭାଇ ଉପରେ ସନ୍ଦେହ ଜାତ ହୋଇ ଏହି କୁକର୍ମ ରାଜୀବ କରିଥିବା ଅନୁମାନ କରାଯାଉଛି । ଘଟଣାଟି ଛତ୍ରପୁରରୁ ଗଞ୍ଜାମ ରେଳ ଷ୍ଟେସନ ମଧ୍ୟରେ ଘଟିଥିବା ଜଣାଯାଇଛି । ତେବେ ଏହି ହତ୍ୟାକାଣ୍ଡ ଘଟିବା ବେଳକୁ ଚଳନ୍ତା ଟ୍ରେନକୁ ଚେନ୍ ପୁଲିଙ୍ଗ କରି ଅଟକା ଯାଇଥିଲା । ଯାତ୍ରୀମାନେ ବିସ୍ମିତ ହୋଇ ଭୟଭିତ ହୋଇଯାଇଥିଲେ । ନିକଟସ୍ଥ ଥାନା ଗଞ୍ଜାମ ସହର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଥାନାରେ ରାଜୀବକୁ ଅଟକ ରଖି ତାଙ୍କ ପରିବାର ତଥା ସମ୍ପୃକ୍ତ ଟ୍ରେନ ଯାତ୍ରୀଙ୍କୁ ପୋଲିସ ପଚରା ଉଚୁରା କରି ଅଧିକ ତଦନ୍ତ ଜାରୀ ରଖିଛି । ମୃତ ଶବକୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।

Leave A Reply

Your email address will not be published.