ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ତେଣୁ ଅପରାହ୍ନ ୪ଟାରୁ ଭକ୍ତ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଶୁକ୍ରବାର ସନ୍ଧ୍ୟା ଦର୍ଶନ ପରେ ଶନିବାର ବାହୁଡ଼ା ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ସନ୍ଧ୍ୟା ଦର୍ଶନ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ । ସନ୍ଧ୍ୟା ବେଳେ ହିଁ ସନ୍ଧ୍ୟା ଦର୍ଶନ କରାଯାଏ । କିନ୍ତୁ ୪ଟାରେ ଦର୍ଶନ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି ସେବାୟତ କହିଛନ୍ତି ।
Prev Post
Next Post