oom

୭୩ତମ ବନ ମହୋତ୍ସବ ପାଳିତ

jsmm

ଦଶପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟାରେ ଦଶପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଇନ୍ଦୁ ଭୂଷଣ ଡାଙ୍ଗଙ୍କ ଆବାହନ ଓ ସଂଯୋଜନାରେ ଶ୍ରୀମତୀ ଯମୁନା ସାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜେନା ରାଉତ, ଆଠଗାଁ ବନପାଳ, ସମ୍ମାନିତ ଅତିଥି ପ୍ରମୋଦ ମହନନ୍ଦ, ସଂଯୁକ୍ତା ରାଣୀ ସାହୁ, ଆଦିତ୍ୟ ପ୍ରସାଦ ମାଝି, ସଞ୍ଜୟ କୁମାର ନନ୍ଦ ତଥା ହାତୀ ସ୍କ୍ୱାର୍ଡରୁ କମଳଲୋଚନ ମହାପାତ୍ର, ଅଙ୍ଗନବାଡି କର୍ମୀ ମୋନାଲିସା ପୁରୋହିତ, ବିଦ୍ୟାଳୟର ସମସ୍ତ କର୍ମଚାରୀ, ୟୁକୋ କ୍ଲବରୁ ପପୁ ଡାଙ୍ଗ ଓ ପ୍ରିୟାଂଶୀ ସେଠ ତଥା ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର କାହ୍ନୁ ରଣା, ଗୋପୀନାଥ ଡାଙ୍ଗଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ଗୋଟିଏ ଗୋଟିଏ ଚାରା ଦେଇ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ । ତାପରେ ସ୍କୁଲ ପରିସରରେ ଏକ ସାମୁହିକ ସଭା କରି ବୃକ୍ଷ ରୋପଣର ଉପକାରୀତା ବିଷୟରେ ଆଲୋଚନା କରିଥିଲେ । ସଭାପରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରି ଗଛପ୍ରତି ୫ ଜଣ ୟୁକୋ କ୍ଲବ ମେମ୍ବର ଚାରାର ଯତ୍ନ ନେବାକୁ ନିଷ୍ପତ୍ତି ନେଇଥିଲେ ।

jittmm
Leave A Reply

Your email address will not be published.