jsm

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଗ ବଲାଙ୍ଗିରର ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନୃସିଂହ ମନ୍ଦିରଠାରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି । ସଭାର ପ୍ରାରମ୍ଭରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଓ ସଭାରେ ଏହାର ଦୃଢିକରଣ କରାଯଇଥିଲା । ସଭାରେ ଉପସ୍ଥିତ ନୂତନ ସଭ୍ୟବୃନ୍ଦଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସେମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ତାପରେ ସଂପାଦକ ଶ୍ରୀ ଗଡୁଆ ଆୟ ବ୍ୟୟର ଉପସ୍ଥାପନ କରିଥିଲେ । ଓଡିଶା ରାଜ୍ୟ ସରକାରଙ୍କୁ ୦୧/୦୧/୨୦୨୨ ତାରିଖରୁ ୩% ମହଙ୍ଗା ଭତ୍ତା ପ୍ରଦାନ କରିବା ନିମିତ୍ତ ଅନୁରୋଧ କରାଗଲା । ଏତଦ୍‌ ବ୍ୟତୀତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମେଡିକାଲ ଏଲାଉନ୍ସ ପ୍ରଦାନ କରିବା ନିମିତ୍ତ ସରକାରଙ୍କ ଅନୁରୋଧ କରାଗଲା । ଆଜିକାର ବୈଠକରେ ଉପସଭାପତି ପର୍ଶୁରାମ ନାୟକ ଓ ପ୍ରଶନ୍ନ କୁମାର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ରଘୁନାଥ ମିଶ୍ର, ଜୀବନ କୁମାର ତ୍ରିପାଠି, ହରେକୃଷ୍ଣ ପଟେଲ, ପୂର୍ଣ୍ଣଚନ୍ଦ୍ର ଦାସ, ମନୋରଂଜନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଉପଦେଷ୍ଟା ସତ୍ୟବନ୍ତ ବେଦବାକ ଏବଂ ସଭ୍ୟ କୃଷ୍ଣଚନ୍ଦ୍ର ନାଥ, ବିନୋଦ ବିହାରୀ ସିଂହ, ନରସିଂହ ରାଓ, ଯୋଗେଶ୍ୱର ପଣ୍ଡା, ବିରଞ୍ôଚ ହୋତା ଏବଂ ଲୋକନାଥ ନେପାକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତ ମତାମତ ପ୍ରଦାନ କରିଥିଲେ । ପରିଶେଷରେ ମନୋରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.