jsm

ହେରା ପଞ୍ଚମୀ ଭଜନ ସମାରୋହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଘୋଷଯାତ୍ରା ଉପଲକ୍ଷେ ବଲାଙ୍ଗିର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚମ ପକ୍ଷରୁ ସ୍ଥାନୀୟ ରାଧାରାଣୀପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରଠାରେ ମଙ୍ଗଳବାର ସନ୍ଧ୍ୟାରେ ହେରା ପଞ୍ଚମୀ ଭଜନ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ସଂଗୀତଜ୍ଞ ମୁରଲିଧାରୀ ପତି ପ୍ରଦୀପ ପ୍ରଜ୍ୱଳନ କରିବା ପରେ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ । ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ସଞ୍ଚିତା ନାହାକ, ଅନ୍ୱେଷ ପାଣିଗ୍ରାହୀ, ଶିବଶ୍ରୀ ସାହୁ, ସୋହମ ମିଶ୍ର, ମୌସୁମୀ, ଅବିନାଶ ସାହୁ, ଅନ୍ୱେହା ବାଗ, ସରିତା ବେହେରା, ସ୍ୱାଗତିକା ଗୁରୁ, ଅମ୍ବିକା ମେହେର, ଏନ୍‌. ଅନ୍ୱେଷା, ଭୋଳାନାଥ ଏବଂ ଅନୁଷ୍ଠାନର କୁନି କୁନି କଣ୍ଠ ଶିଳ୍ପୀଙ୍କ ସହ ପ୍ରତିଷ୍ଠିତ କଳାକାର କ୍ରିଷ୍ଣା ସାହୁ, ଶ୍ରାବଣୀ ମେହେର, ଜ୍ୟୋତିକା ମିଶ୍ର, ବିଜ୍ଞାସୀ ବାରିକ, ନବୀନ ବର୍ମା ପ୍ରମୁଖ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ସାମନ୍ତ କୁମାର, ଶୁଭେନ୍ଦୁ ଜାଲ, କ୍ରିଷ୍ଣରାଜ ପତି, ସଂସ୍କାର ସ୍ୱରୁପ ମିଶ୍ର, ଅଭିଷେକ ବାରିକ, ସୋମ କୁମାର ବାବୁ, ଆଦିତ୍ୟ ପ୍ରକାଶ ମିଶ୍ର, ସାହିଲ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମଧୁ ସୁଦନ ନାୟକ ସଂଚାଳନ କରିଥିବା ବେଳେ ପରିଚାଳନା କରିଥିଲେ ଗୁରୁଶ୍ରୀ ଗୌର କିଶୋର ମହାପାତ୍ର । ମନ୍ଦିର ପୂଜକ ପଣ୍ଡିତ ଗୋକୁଳାନନ୍ଦ ମିଶ୍ର ଓ ରାଧାକୃଷ୍ଣ ଭକ୍ତ ମଣ୍ଡଳୀ ଏହାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ବିଗତ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବରିଷ୍ଠ ବଂଶୀବାଦକ ଗୁରୁଶ୍ରୀ ରବିନ୍ଦ୍ର ଜେନା, ସାମ୍ବାଦିକ ବୁଲୁ ଦର୍ଜୀ, ଗିତିକାର ଜ୍ୟୋତି ରଞ୍ଜନ ମିଶ୍ର, କଳାକାର ପ୍ରଦୀପ ପତି, ପ୍ରଭଞ୍ଜନ ରାଏଗୁରୁ, ଚୈତନ୍ୟ ମଟାରୀ ପ୍ରମୁଖ ଦର୍ଶମାନଙ୍କ ଗହଣରେ ଜଗନ୍ନାଥ ଭଜନ ଶ୍ରବଣ କରିଥିଲେ ।

yuvodaya
Leave A Reply

Your email address will not be published.