jsm

ଅର୍ଦ୍ଧେନ୍ଦୁ ଦାସଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ ମ.ରାମପୁରରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

csstore

କଳାହାଣ୍ଡି, (ହେମନ୍ତ ସାହୁ) : ବିଶିଷ୍ଟ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଆଜି ମ.ରାମପୁର ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରୁ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ୍ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ତହସିଲଦାର ଜୟନ୍ତ କୁମାର ମେହେର ଦାବୀପତ୍ର ଗ୍ରହଣ କରିଥିଲେ । ଏହି ରାଲିରେ ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ଦିବାକର ବାଗ, ଖୁସିରାମ ସାହୁ, ରାଜୁ ମାଝୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଜୋନ ସଭାପତି ରଶ୍ମୀ ରଞ୍ଜନ ପ୍ରହରାଜ, ସମାଜସେବୀ ସତ୍ୟ ନାରାୟଣ ସାହୁ, ସିପିଆଇ (ଏମ୍‌) ତରଫରୁ ବ୍ରାଞ୍ଚ ସଂପାଦକ ସତ୍ୟଜିତ୍ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ବରିଷ୍ଠ ସାମ୍ବାଦିକ ତଥା ମ.ରାମପୁର ପ୍ରେସ କ୍ଳବ୍ ସଭାପତି ପ୍ରଶାନ୍ତ ସାମନ୍ତରା, ବଡ ଖବର ପ୍ରତିନିଧି ହେମନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ନିରଞ୍ଜନ ମହାରଣା, ଅନନ୍ତ କୁମାର୍ ପାଲ୍, ସଂଯୁକ୍ତା ପୁରୋହିତ, ପୟଧର ସାହୁ, ଜଗତ କୁମାର୍ ସାହୁ, ପ୍ରଶାନ୍ତ ସାହୁ, କୁଞ୍ଜ ବିହାରୀ ହାତୀ, ଶେଷ ଦେବ ସାହୁଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିବା ବେଳେ ମାନସ ରଞ୍ଜନ ପ୍ରହରାଜ, ମଳୟ ରଞ୍ଜନ ମିଶ୍ର, ଗୌତମ ମହାଖୁଡ, ସୋମନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.