csstore

ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣା ସାରା ଓଡ଼ିଆ ଚଳଚିତ୍ର ଓ ଯାତ୍ରା ପ୍ରେମୀଙ୍କୁ ମର୍ମାହତ କରିଛି । ଅଭିନୟ ଜଗତରେ ଜଣେ ଖଳନାୟକ କରୁଥଲେ ସୁଧା ବାସ୍ତବ ଜୀବନରେ ସେ ଥିଲେ ଠିକ ତାର ଓଲଟା । ଜଣେ ସାଧାସିଧା ଲୋକଙ୍କ ଜୀବନ ଶୈଳୀରେ ବଞ୍ଚିଥିଲେ ରାଇ । ସେ ଆଜି ରାଜଧାନୀର ପ୍ରାଚୀ ବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଏହି ଦୁଃଖଦ ଘଟଣା ସାରା ଓଡ଼ିଶାବାସୀଙ୍କୁ ସ୍ତମ୍ବିଭୂତ କରିଛି । ତାଙ୍କର ଏହି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଅପୂରଣୀୟ କ୍ଷତି ଘଟିଛି । ଏହି ଶୋକାକୁଳ ପରିବେଶରେ ସ୍ଵର୍ଗତ ପରିଡାଙ୍କୁ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଡେଲାଙ୍ଗ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ସ୍ଵର୍ଗତ ଆତ୍ମାର ସଦଗତି କାମନା କରି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

jayashree
Leave A Reply

Your email address will not be published.