ବର୍ଣ୍ଣାଢ୍ୟ ପଟୁଆରରେ ଛତ୍ରପୁର ଠାକୁରଣୀଯାତ୍ରା ସରଗରମ ହୋଇଉଠିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାସବ୍ୟାପୀ ପାଳିତ ହୋଇଆସୁଥିବା ଐତିହାସିକ ଛତ୍ରପୁରର ଠାକୁରାଣୀ ଯାତ୍ରାର ୧୭ତମ ଘଟଯାତ୍ରା ଅବସରରେ ଶଙ୍କର ମଠ ସାହିକୁ ମାଆଙ୍କ ଆଗମନ ହୋଇଛି । ଲୀଳାମୟୀ କରୁଣାମୟୀ ମା’ ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ଦିନକୁଦିନ ଖୁବ ସରଗରମ ହୋଇଉଠିଛି । ଘୋଡାନାଚ, ବୃଷଭ, ବାଘନାଚ, ବିଭିନ୍ନ ଦେବୀନୃତ୍ୟ, ନବଦୁର୍ଗା, ବନଦୁର୍ଗା, କାଳୀ, ଚାମଣ୍ଡା, ଦେବୀଙ୍କ ମୁଖ୍ୟ ସହଚରୀ ରଣପା କାଳୀ, ଘଣ୍ଟଦଳ, ଚାଙ୍ଗୁବାଦ୍ୟ, ବୀର କାହାଳୀ, ଶଙ୍ଖଧ୍ୱନିରେ ସହର ମୁଖରୀତ କରିଛି । ଚଳିତ ଜୁନମାସ ୭ ତାରିଖରେ ଉଦ୍‌ଯାପିତ ହେବାକୁ ଥିବା ଏହିଯାତ୍ରା ସରିବା ପାଇଁ ଦିନ ପାଖେଇ ଆସୁଥିବା ବେଳେ ବର୍ଣ୍ଣାଢ୍ୟ ପଟୁଆର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ମା’ଙ୍କ ନଗର ପରିଭ୍ରମଣ ବେଳେ ବିଭିନ୍ନ ଲୋକଙ୍କ ଦ୍ୱାରରେ ଭୋଗରାଗ ଖାଇ, ଆରତୀ, ବସ୍ତ୍ରଭୂଷଣରେ ସମର୍ପି ଲାଗି ହୋଇ ନିଜର ଘଟସ୍ଥଳ ଅବା ଅସ୍ଥାୟୀ ମଣ୍ଡପକୁ ଫେରିଲା ବେଳକୁ ଭୋର ୪ ଘଣ୍ଟା ବାଜିଯାଉଛି । ଏବେ ରାମଦୋଳି, ମୀନାବଜାର ଆଦି ପସରା ମେଲିଯାଇଛି । ଯାତ୍ରାର ସମାଗମ ଦ୍ଵିଗୁଣିତ କରି ସରଗରମ ବୃଦ୍ଧି କରିଛି । ଜନଗହଳି ଅଧିକ ଚଳଚଞ୍ଚଳ କରି ଲୋକମାନଙ୍କ ମଧ୍ୟରେ ସରସତା ଆଣିଦେଇଛି ।

Leave A Reply

Your email address will not be published.