lika

ଓସିଏ ଭିଜନ ୨୦୨୪ : ସିନିଅର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀତାକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ କ୍ରୀଡା ସଙ୍ଘର ବରିଷ୍ଠ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥୀ, ସହ-ସଂପାଦକ ପଦ୍ମ ଚରଣ ଆଚାର୍ୟ୍ୟ, ଶତ୍ରୁଘ୍ନ ସିଂ, ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ହେମନ୍ତ ବେହେରା, କାଉନସିଲ ସଦସ୍ୟ ଜୟରାମ ମିଶ୍ର, ରାଜେନ୍ଦ୍ର ପୁରୋହିତ, କୋଚ ଅରୁଣ କୁମାର ନାୟକ, ପୂର୍ବତନ କ୍ରିକେଟ ଖେଳାଳି ସୂର୍ୟ୍ୟ ନାରାୟଣ ମିଶ୍ର ଓ ହରେଶ ଦାନୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ବଲାଙ୍ଗିରର ଏମସିସି ଓ ଜିଏନସିସି ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି । ଏମସିସି ଦଳ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

babaa
Leave A Reply

Your email address will not be published.