centurian jitm

ଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ

nschool

ସୁବର୍ଣ୍ଣପୁର : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ । ସୂଚନା ଯୋଗ୍ୟ ଯେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସବସିଡ ଟଙ୍କା ମଞ୍ଜୁର କରିବା ପାଇଁ ୪୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ସହକାରୀ ମତ୍ସ୍ୟ ଅଧିକାରୀ । ଏନେଇ ୩୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା । ଏନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭିଜିଲାନ୍ସ ନିକଟରେ ଜଣାଇଥିଲେ ଏବଂ ଗୁରୁବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ଚଢାଉ ବେଳେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସୁବଣ୍ଣପୁର ସ୍ଥିତ ଭଡା ଘରୁ ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ଜବତ ହୋଇଥିଲା । ତାଙ୍କ ସହ ସଂପୃକ୍ତ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ୪୮ ହଜାର ୬୧୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌ । ମୋଟ୍‌ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଭିଜିଲାନ୍ସ ଟିମ୍‌ ଜବତ କରି ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଅଧିକ ପଚରା ଉଚରା କରୁଛି ।

Leave A Reply

Your email address will not be published.