oum

ଫଳ ଦୋକାନ ଉପରକୁ ମାଡ଼ିଗଲା କୋଇଲା ବୋଝେଇ ପିକଅପ୍ ଭ୍ୟାନ : ଅଳ୍ପକେ ବର୍ତ୍ତିଲେ ଦୋକାନୀ, ଡ୍ରାଇଭର୍ ଫେରାର୍

jsm

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ବଜାରରେ ଏକ ଫଳ ଦୋକାନ ଉପରକୁ ଚଢିଗଲା ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ । ତେବେ ଦୋକାନ ମାଲିକ ବାହାରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ଯଶିପୁର ବଜାରରେ ଥିବା ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଫଳ ଦୋକାନ ଏବଂ ଘର ଉପରକୁ ଏକ କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ମାଡ଼ିଯାଇଛି । ଦୋକାନ ମାଲିକ ବାହାରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗାଡ଼ିଟି ଯଶିପୁର ବଳସାହିରୁ ଚୋରା କୋଇଲା ବୋଝେଇ କରି ଚାନ୍ଦବାଲି ଅଭିମୁଖେ ଆସୁଥିଲା । ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ଗାଡିଟି ଓଲଟି ପଡ଼ିଛି । ବାଂଶଡ଼ା ପୋଲିସ୍ ପହଞ୍ଚି ପିକଅପ୍ ଭ୍ୟାନ୍ ଜବତ କରିବା ସହ ତଦନ୍ତ ଚଳାଇଛି ।

Leave A Reply

Your email address will not be published.