କୋରାପୁଟ ଖୁବଶୀଘ୍ର ଜାରି କରିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

ଭବାନୀପାଟଣା, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା(ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଆର୍‌ଆର୍‌ଟିଟିଏସତର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ଦିବସରେ ଭୁବନେଶ୍ୱର ସ୍ଥିତ ଆର୍‌ସିଓଏନ୍‌ଏଫ୍‌ର ସହକାରୀ ନିର୍ଦ୍ଦେଶକ ଏସ୍‌ଆର୍ ଇଙ୍ଗଲେ ପିଜିଏସ୍ ପ୍ରମାଣିକୃତ ଏବଂ ଜୈବିକ କୃଷିରେ ଏହାର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦେଇଥିଲେ । କୋରାପୁଟରେ ୧୦୦୦ ହେକ୍ଟର ପରିମିତ ଅଞ୍ଚଳରେ ୫୦ଟି କ୍ଲଷ୍ଟରର ୧୦୦୦ରୁ ଅଧିକ ଚାଷୀ ୨୦୨୨ରୁ ପିଜିଏସ୍ ବ୍ୟବସ୍ଥାରେ ପଞ୍ଜିକୃତ ହୋଇଛନ୍ତି ଏବଂ ବର୍ତ୍ତମାନ ସେମାନେ ସଂଯୋଜନାର ତୃତୀୟ ବର୍ଷରେ ଅଛନ୍ତି ଏବଂ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲରୁ ସେମାନଙ୍କର ବ୍ରାଣ୍ଡ ପ୍ରତିଷ୍ଠା କରିବାର ସୁଯୋଗ ରହିଛି । ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏଡିଏ କାହ୍ନୁ ଚରଣ ଦାସ, ଏଡିଓଏମ୍ ପ୍ରକାଶ ରାଓ, ଏଡିଏ ଡ. ଶୁଭଶ୍ରୀ ବନ୍ଦିତା, ସହକାରୀ ନିର୍ଦ୍ଦେଶକ ଡ. ପର୍ଶୁରାମ ଶିଆଳ ଓ ବିଏଓ ସୂର୍ଯ୍ୟକାନ୍ତ ନାୟକ ଜୈବିକ କୃଷି ଓ ଜୈବିକ ପ୍ରମାଣିକୃତ ଉତ୍ପାଦ ପାଇଁ ପ୍ରୋତ୍ସାହନ ଓ ସଚେତନତା ସୃଷ୍ଟି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସିମ୍‌ଫେଡ୍ ପ୍ରତିନିଧି ମଙ୍ଗରାଜ ସ୍ୱାଇଁ ଓ ଶ୍ରୀମତୀ ଅନିତାଙ୍କ ସମେତ ଏଡିଓ ସର୍କଲର ବିଭିନ୍ନ ବ୍ଲକରୁ ୨୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.