ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ସୁନ୍ଦର ପ୍ରୟାସ । ସମଗ୍ର ଭାରତ ବର୍ଷରେ ୧୪ହଜାର ୫ ଶହ ସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦିଆଯାଇଥିବା ପ୍ରଶଂସା ଯୋଗ୍ୟ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ସ୍ଥିତ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ମାନ୍ୟତା ପାଇଥିବାବେଳେ ସୋମବାର ଏହାର ଉତ୍ସବ ପାଳନ କରାଯାଇଛି । ଉଦ୍ଘାଟନୀ ସମାରୋହରେ ବି. ଇ. ଓ ମଧୁସ୍ମିତା ନାଏକ ଅଧ୍ୟକ୍ଷତା କରିଥିବାବେଳେ ସରପଞ୍ଚ ବାଳକୃଷ୍ଣ ମାଝୀ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସ୍ୱାମୀ ବିବେକାନନ୍ଦ ଯୁବ ପରିଷଦ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥୀ ଭାବେ ମଞ୍ଚାସିନ ଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପଣ୍ଡା ଯୋଗଦେଇଥିଲେ । ଏହି ଅବସରରେ ଵିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ସବୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଖଗେବର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବର ଉଦଯାପନୀ ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟା ଦୁହିତା ମାଝୀ ମୁଖ୍ୟ ଅତିଥୀ, ତହସିଲଦାର ସ୍ମରଣିକା ତୁଲ, ମହାଭାରତ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ବେହେରା, ବି. ଆର. ସି. ସି କୁଳମଣି ମାଝୀ, ବିଦ୍ୟାଳୟ ପରିଚାଳନା ସଭାପତି ମୁରଲୀଧର କଣ୍ଟା ପ୍ରମୁଖ ସମ୍ମାନୀୟ ଅତିଥୀ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ଗୁଣଗାନ ସହିତ ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷାନୀତି ଆପଣାଇ ଦକ୍ଷତା ଅର୍ଜନ କରି ସ୍ୱାବଲମ୍ବୀ ହେବାପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀନିବାସ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.