ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ରାଜଧାନୀ ଟାଉନ୍ ହଲରେ, ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ୫ମ ବୋରା ସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ବୋରା ସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାରମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ଆୟୋଜିତ ସଭାରେ ପ୍ରଫେସର କେଶରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିବାବେଳେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୈ।ହାତ ମୁଖ୍ୟଅତିଥି ଭାବେ ଯୋଗଦେଇ, ମାଁ ସମଲେଇଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପୂର୍ବକ, ଉତ୍ସବକୁ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ନାଟ୍ୟକାର ଅଶୋକ ବହିଦାର, ନୃତ୍ୟଗୁରୁ ସୁରେନ୍ଦ୍ର ସାହୁ, ଅଭିନେତା ବିଶ୍ରାମ ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମୁହୁରୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ହଜିଯାଉଥିବା ମୁହୁରୀର ସଂରକ୍ଷଣ ଓ ପ୍ରସାରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ମତ ପ୍ରକାଶ ପାଇଥିଲା । ସମ୍ପାଦକ ରମେଶ ଗୁର୍ଲାଙ୍କ ସଂଯୋଜନାରେ ସମସ୍ତ ଲୋକ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସଭାପତି ରାଜେଶ ଗୁର୍ଲ୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା, ଅଶ୍ୱିନୀ ପଟେଲ, ଆଶିଷ କନ୍ଧେର, ବୁଲୁ ବଇକାର, ଦିବ୍ୟ କିଶୋର ବରିହା, ଦିନବନ୍ଧୁ ବାରିକ, ଅଜିତ ବିଶ୍ୱାସ, ଟେନେସ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Prev Post