ଦାନ ମାଝୀ ଫିଲ୍ମର ଲୋଗୋ ଉନ୍ମୋଚନ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ସ୍ଥିତ ମୁଭି ଜୋନ୍‌ ମିନି ସିନେମା ଟକିଜରେ ପ୍ରେମ ପୁଟା ପ୍ରଡ଼କ୍ସନରେ ଦାନ ମାଝୀଙ୍କ ଦୁଃଖଭରା କାହାଣୀକୁ ନେଇ ଦାନ ମାଝୀ ଫିଲ୍ମ ପ୍ରସ୍ତୁତ କରାଯାଇଥିବା ବେଳେ ତାର ଲୋଗୋ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଦାନ ମାଝୀ ଯୋଗଦେଇ ଲୋଗୋ ଉନ୍ମୋଚନ କରିଥିବା ବେଳେ ଏହି ଫିଲ୍ମଟି ସତ୍ୟ ଘଟଣାଉପରେ ଆଧାରିତ ଓ ଜଣେ ଗରିବ ଲୋକର ସଂଘର୍ଷର କାହାଣୀ ହୋଇଥିବାରୁ ଏହା ସମାଜକୁ ଗୋଟିଏ ଭଲ ସନ୍ଦେଶ ଯିବ ବୋଲି ନିର୍ଦେଶକ ତଥା ପ୍ରଯୋଜକ ପ୍ରେମଜିତ ପୁଟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.