ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ୩ ଦିନ ଧରି ଚାଲିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଜମି ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅନ୍ୟ ଅତିଥି ଭାବେ ମହୋତ୍ସବ କମିଟି ବିଧାୟକ ଲକ୍ଷ୍ମଣ ବାଗ ସଂଯୋଜକ ଦିନେଶ ମହାନନ୍ଦ, ରାଜେନ୍ଦ୍ର ବେହେରା, ଆଶିଷ ବଦ୍ରି ଅଗ୍ରୱାଲ୍, ରଶ୍ମି ରଞ୍ଜନ ପଟେଲ, ପପୁ ଜୁଆଡ, ବିମଲ୍ ହାତୀ, ପୁଷ୍ପ କେତୁ ବେହେରା ମାଟିର ମହୋତ୍ସବ ପ୍ରଚାରକ ରୋହନ କୁମାର ମହତ୍ ମଞ୍ଚାସିନ୍ ଥିଲେ । ସମ୍ପାଦକ ବେଦବ୍ୟାସ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ସେହିପରି ପୂର୍ବାହ୍ନରେ ବହୁଭାଷୀ କବିତା ପାଠ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସଙ୍କ ସଭାପତିତ୍ୱରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡ.ସଞ୍ଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା, ଯୋଗଦେଇ ଥିଲେ । କବି ତୁଳସୀ ରାମ ଜଗତ ଓ ଅଞ୍ଜଳି ମାଝୀ କବିତାକୁ ସଂଯୋଜନା କରିଥିଲେ ସଭା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଳା ପରିବେଶଣ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ଉମାକାନ୍ତ ବାରିକଙ୍କ ଦ୍ଵାରା ପରିବେଶଣ ମନଛୁଆଁ ସଙ୍ଗୀତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ ।
Next Post