ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ ତମ ବାର୍ଷିକ କ୍ରୀଡ଼ା ଶନିବାର ଉଦଯାପିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥିଭାବେ ଆଇନଜୀବୀ କେ.ଚନ୍ଦ୍ରଶେଖର ରେଡ୍ଡୀ, ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ଵ ବୋଧ ବିଭାଗର ମୁଖ୍ୟ ଦେବଦତ୍ତ ମିଶ୍ର, ରୋଟାରୀୟାନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ସଂକୁଳ ପ୍ରମୁଖ ଡ଼ଃ. ଜେ. କୁର୍ମା ରାଓ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଶାରିରୀକ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ବାର୍ଷିକ କ୍ରୀଡାର ବିବରଣୀ ପାଠ କରିଥିଲେ । ଦକ୍ଷିଣ ପୂର୍ବ ସମ୍ଭାଗ ଶାରିରୀକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ, ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଶାରିରୀକ ଶିକ୍ଷକ ସନ୍ତୋଷ ବିଷୋୟୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଶ୍ରୀମତୀ ଗୀତା ପାଢୀ, ସଦସ୍ୟ ରାମପ୍ରକାଶ ପଟ୍ଟନାୟକ, ସୁନୀତା ସେଠୀ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୪୦ ଜଣ ଶିଶୁ ବିଭିନ୍ନ ବର୍ଗର ଖେଳରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୮ ଜଣ ଶିଶୁ ଚାମ୍ପିୟାନ୍ ହୋଇଥିଲେ । କୃତୀ କ୍ରୀଡା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.