ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର ସାହୁ ଓ କୋଷାଧକ୍ଷ ବୈଶମ୍ପାୟନ ଥନାପତି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ ନୀଳକଣ୍ଠ ସାହୁ ଓ ସହଯୋଗୀ ପବିତ୍ର ବାରିକଙ୍କ ତତ୍ୱାବଧାନରେ ଆଧାର, ମଧ୍ୟ ଓ ପ୍ରସ୍ତୁତି ସ୍ତରର ସର୍ବମୋଟ ୩୪୦ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ସରିତା ବାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ ଗୋଲାପ ବାଗ ଓ ଶିଶୁମନ୍ଦିରର ପୂର୍ବତନ ସଭାପତି ଲୋକନାଥ କୁମୁରା ଉପସ୍ଥିତ ଥିଲେ । ପରିଚାଳନା ସମିତିର ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର ଉପସଭାପତି ସଂଜୀବ ମେହେର, ସଦସ୍ୟା ନିରୁପମା ନନ୍ଦ, ମମିତା ନାଏକ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖେଳ ପରିଚାଳକ ଭାବେ ସରୋଜ ଗଡ଼ତ୍ୟା, ଶେଷଦେବ ସାହୁ, ଜୟଦେବ ପଟେଲ, ଜିତେନ୍ଦ୍ର ମାଲ, ସତବାଜୀ ବରିହା, ପ୍ରଦୀପ ରଣା, ବିନୋଦ ନାଏକ, ସଂଯୁକ୍ତା ମେହେର, ରିଙ୍କି ମଙ୍ଗୁଆଳ, ରୀନାରାଣୀ ଜେନା, ମଞ୍ଜରୀ ମଲ୍ଲିକ, ଗୀତା ନାଏକ, ସଂଯୁକ୍ତା ବେହେରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ସର୍ବଶେଷରେ କୋଷାଧକ୍ଷ ବୈଶମ୍ପାୟନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.