ଅଂଶୁମାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଆଠଗଡ଼ ଷ୍ଟାର୍ କ୍ରିକେଟ କ୍ଲବ ଚାମ୍ପିୟନ

ତିଗିରିଆ : ପ୍ରସନ୍ନମଣି କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ମୁନଲାଇଟ ଖେଳ ପଡିଆରେ ଚାଲିଥିବା ଷଷ୍ଠ ଅଂଶୁମାନ ସ୍ମାରକୀ କପ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇ ଚାମ୍ପିୟନ ହେବା ସହିତ ଅଂଶୁମାନ ସ୍ମାରକୀ କପ ହାସଲ କରଛି । ଫାଇନାଲ ମ୍ୟାଚରେ ଷ୍ଟାର କ୍ରିକେଟ କ୍ଲବ ଆଠଗଡ଼ ଓ ବେଲିଆପାଳ କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିଲେ । ବେଲିଆପାଳ ଟସରେ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବେଲିଆପାଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା । ଜବାବରେ ଆଠଗଡ଼ ଦଳ ମାତ୍ର ୧୧.୪ ଓଭର ଖେଳି କୌଣସି ୱିକେଟ ନହରାଇ ଆବଶ୍ୟକ ୧୩୪ ରନ ସଂଗ୍ରହ ୧୦ ୱିକେଟରେ ସହଜ ବିଜୟ ଲାଭ କରିଥିଲା । ଧୂଆଁଧାର ବ୍ୟାଟିଂ କରି ଆଠଗଡ଼ ଖେଳାଳି ପୂର୍ଣ୍ଣଚନ୍ଦ୍ର ସାହୁ ମାତ୍ର ୨୮ ଟି ବଲରେ ୫୨ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏସ୍ ଆର ଲେଙ୍କା, ଶ୍ରେଷ୍ଠ ବ୍ୟାଟସମ୍ୟାନ ଏସ ଆର ଲେଙ୍କା, ଶ୍ରେଷ୍ଠ ବୋଲର ମାନସ ବେହେରା, ଶ୍ରେଷ୍ଠ ଫିଲଡର ଦୁର୍ଗା ଦାସ, ଶ୍ରେଷ୍ଠ ୱିକେଟ କିପର ଶ୍ରୀକାନ୍ତ ବାରିକ, ଶ୍ରେଷ୍ଠ କ୍ୟାଚ ଟୁନୁ ଖଟୁଆ ଓ ଭଲେଣ୍ଟିଅର ଭାବେ ଶିବା, ଲିକୁନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ଆଠଗଡ଼ ସରକାରୀ ଓକିଲ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ସୁବାସ ମହାନ୍ତି, ସମାଜସେବୀ ପ୍ରଣବ ପଟ୍ଟନାୟକ, ଜୟନ୍ତ ସିଂ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ କପ ପ୍ରଦାନ କରିବା ସହ ପୁରସ୍କାର ବଣ୍ଟନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖେଳ ପରିଚାଳନା କରିଥିଲେ ତନ୍ମୟ ମିଶ୍ର ଓ ରୂପେନ୍ଦ୍ର ତ୍ରିପାଠୀ । ଦୀପ୍ତି ରଞ୍ଜନ ଦାସ ଓ ଅମିତ୍ ମହାପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.