oom

ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ

jsmm

ଯାଜପୁର : ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗଦେଇ ବରୁଣେଶ୍ୱରଙ୍କ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବହୁ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ମହୋତ୍ସବରେ ବିଞ୍ଝାରପୁରର ଇତିହାସ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ କ୍ଷୁଦ୍ର ଚଳଚିତ୍ରକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଶେଷରେ ରାଜ୍ୟର ବିଭିନ୍ନ ପ୍ରାଂନ୍ତରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ନୃତ୍ୟ, ପାରମ୍ପାରିକ ବାଦ୍ୟରେ ମହୋତ୍ସବ ପ୍ରକମ୍ପିତ ହୋଇଥିଲା ।

jittmm
Leave A Reply

Your email address will not be published.