ଅଉଁଲା ଜୋର ଗାଁରୁ ୩ କିଲୋର ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକର ଅଉଁଲା ଜୋର ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତାର ଓଜନ ୩ କିଲୋ ହୋଇଥିବା ସୂଚନା ମିଳିଛି । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ବୁଧବାର ରାତିରେ ଅଉଁଲା ଜୋର ଗାଁର ଦିଗମ୍ବର ସାଙ୍କ ବାଡ଼ି ପଟେ ଲାଗିଥିବା ବାଡ଼ ଜାଲରେ ବଜ୍ରକପ୍ତାଟି ଫସି ଯାଇଥିଲା । ଗୁରୁବାର ସକାଳୁ ଦିଗମ୍ବର ସା ଏହାକୁ ଦେଖି ଗ୍ରାମବାସୀଙ୍କ ସହାୟତାରେ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

jittmm
Leave A Reply

Your email address will not be published.