oom

ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସଡ଼କ ସୁରକ୍ଷା ଓ ନିଜେ ସତର୍କ ରହିଲେ ମୂଲ୍ୟବାନ ଜୀବନ ଅକାଳରେ ରାସ୍ତାରେ ଝଡିଯିବ ନାହିଁ । ତେଣୁ ପ୍ରତ୍ୟେକ ସଡ଼କ ସୁରକ୍ଷା ନିୟମକୁ ଅନୁପାଳନ କରିବାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦ୍‌ଘାଟନ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମଣ କରିବା ସହ ସଡ଼କ ସୁରକ୍ଷାର ବାର୍ତ୍ତା ବଣ୍ଟନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଟ୍ରାଫିକ ଡିଏସ୍‌ପି ମନୋବ୍ରତା ଶତପଥୀ, ସଚିନ ପଟେଲ, ଆସୋସିଏସନ୍‌ ଅଫ୍‌ ଟୁଇଟର ଆକ୍ଟିଭିଷ୍ଟର ସଭାପତି ବିସ୍ମୟ ମିଶ୍ର, ବରିଷ୍ଠ ପରାମର୍ଶ ଦାତା ବିପିନ କୁମାର ମହାନ୍ତି, ଦେବରାଜ ଦାସ, ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.