ଭୁବନେଶ୍ୱର : ମହିଳାଙ୍କ ସନ୍ଦେହଜନଜ ମୃତ୍ୟୁ । ରାତିରେ ଶୋଇଥିଲେ, ସକାଳେ ମିଳିଲା ମୃତଦେହ । ଖାରବେଳନଗର ଅଞ୍ଚଳର ଏକ ଭଡା ଘର ଭିତରୁ ଶବ ଉଦ୍ଧାର କଲା ପୋଲିସ । ମୃତ ମହିଳା ଜଣକ ପୁରୀ ଅଞ୍ଚଳ ହୋଇଥିବା ବେଳେ ସେ ଦୁଇବର୍ଷ ତଳେ ବିବାହ କରିଥିଲେ । ସ୍ୱାମୀଙ୍କ ସହ ଖାରବେଳନଗର ଅଞ୍ଚଳରେ ରହୁଥିବା ପ୍ରାଥମିକ ତଦନ୍ତ ଜଣାପଡିଛି । ଅନ୍ୟପଟେ ମହିଳାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି । ପୋଲିସ ତଦନ୍ତ ଜାରି ରଖିଛି ।