ଖଲିଆପାଲି ଗ୍ରାମର ଏକ ଘରୁ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ବିଷାକ୍ତ ନାଗସାପ । ସାପଟି ଜଣଙ୍କ ଘର ଭିତରେ ଥିବା ଆସବାବପତ୍ର ଭିତରେ ଦୀର୍ଘ ସମୟ ଧରି ରହିଯାଇଥିଲା । ପରିବାର ଲୋକେ ଭୟଭୀତ ହୋଇ ନିକଟତମ ସ୍ନେକ୍‌ ରେସ୍କ୍ୟୁ ଟିମ୍‌ର ଗୋପାଲ ନାଗଙ୍କୁ ସୂଚନା ଦେଇଥିଲେ । ଗୋପାଲ ଘଟଣାସ୍ଥଳକୁ ପହଞ୍ଚି ବହୁ ସମୟ ଖୋଜା ଖୋଜି କଲା ପରେ ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି । ପରେ ସାପଟିକୁ ନିକଟ ଜଙ୍ଗଲରେ ଛାଡି ଦେଇଥିବା ଗୋପାଲ ନାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.