ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣି କଲେଜ ରୋଡ଼ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଜିତୁ ପ୍ରଧାନଙ୍କ ଘର କୂଅରେ କୌଣସି କାରଣ ବଶତଃ ଜଣେ ବୃଦ୍ଧ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପଡ଼ି ଯାଇଥିଲେ । କୂଅରେ ପଡ଼ିବା ପରେ ସେଠାକାର ସ୍ଥାନୀୟ ଲୋକେ ଜାଣିପାରି ଗଙ୍ଗାଧରପୁର ଅଗ୍ନିଶମ ବାହିନୀଙ୍କୁ ଫୋନ କରିଥିଲେ । ଖବର ପାଇ ତୁରନ୍ତ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ବୃଦ୍ଧ ଜଣଙ୍କ କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ବୃଦ୍ଧଙ୍କୁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବୃଦ୍ଧ ଜଣକ ଖରୁସଦ ଅଲି(୬୦) ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.