କଲରାପତରିଆ ବାଘର ମୃତଦେହ ଠାବ

ହିନ୍ଦୋଳ : ଆଜି ହିନ୍ଦୋଳ ବନାଞ୍ଚଳ ସତମାଇଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟସ୍ଥ ଏକ ନାଳରେ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ବାଘକୁ କୌଣସି ଉପାୟରେ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନ ବିଭାଗ ଛାନଭିନ ଚଳାଇଛି ।

Leave A Reply

Your email address will not be published.