om academy

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

jsm

ପାରାଦୀପ : ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା । ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ହୋଇଥିବା ସୂଚନା ମିଳିଛି । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ୫ ଦିନ ତଳେ କିନ୍ନାରା ଓ ଦେବୀ ଲକ୍ଷ୍ମୀ ବୋଟ ନାମକ ଦୁଇଟି ମାଛ ଧରା ବୋଟ୍‌ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ । ବୋଟ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା । ଓମ୍ଫା ପକ୍ଷରୁ ଦୁଇଟି ବୋଟ ନିଖୋଜ ସମ୍ପର୍କରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଓ ନୌସେନାକୁ ଅବଗତ କରାଯିବା ପରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଏବେ ୧୩ ମତ୍ସ୍ୟଜୀବୀ ଠାବ ହୋଇଥିବା ଓମ୍ପା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.