ଯୁବକଙ୍କ ଗଳିତ ମୃତଦେହ ଠାବ : ବେଲପଡା ପୋଲିସର ତନାଘନା ଜାରି

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସଲଣ୍ଡି ଗ୍ରାମରଜ୍ଞାନ ପ୍ରକାଶ ବେହେରାଙ୍କ ଗଳିତ ମୃତଦେହ ନିକଟସ୍ଥ ବୁଢାଡ଼ଙ୍ଗର ପାହାଡ଼ ଉପରେ ଠାବ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ସଲଣ୍ଡି ଗ୍ରାମର ଜ୍ଞାନପ୍ରକାଶ ବେହେରା ଗତ ୧୪ ତାରିଖରୁ ଘରୁ ନିଖୋଜ ଥିଲେ । ଏନେଇ ପରିବାର ଲୋକ ବେଲପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକ ଏବଂ ପୋଲିସ ବହୁ ଖୋଜିଲା ପରେ ମଧ୍ୟ ନିଖୋଜ ବ୍ୟକ୍ତିକୁ ପାଇନଥିଲେ । ସ୍ଥାନୀୟ କିଛି ଲୋକ ଆଜି ଛେଳି ଚରାଇବାକୁ ଯାଇ ପାହାଡ଼ ଉପରେ ଗୋଟିଏ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ । ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବକୁ ଦେଖି ଜ୍ଞାନପ୍ରକାଶ ବେହେରା ବୋଲି ଚି଼ହ୍ନଟ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିିୟା ଆରମ୍ଭ କରିଛି । ଶବକୁ ଦେଖି ପରିବାର ଲୋକ ହତ୍ୟା ସନ୍ଦେହ କରୁଥିବା ବେଳେ ବେଲପଡା ପୋଲିସ ଶବକୁ ଜବତ କରି ଥାନାକୁ ଆଣିଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତକର ମୃତ୍ୟୁର କାରଣ ତଦନ୍ତ କଲାପରେ ଏବଂ ଫରେନସିକ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ବେଲପଡା ଥାନାଧିକାରୀ ଅନନ୍ତ କୁମାର ପଧାନ ପ୍ରକାଶ କରିଛନ୍ତି । ଏନେଇ ବେଲପଡା ଥାନା କେସ ନଂ ୨୯୩/୨୦୨୪ରେ ଏକ ମାମଲା ରୁଜୁ କରି କେସର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.