p purohi

ସାଲେପାଲି ବିଶ୍ଵ ଭାରତୀ ଶିକ୍ଷା ନିକେତନରେ ସ୍ୱାଗତ ସମାରୋହ : ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁଧାଂଶୁ ମେହେରଙ୍କୁ ୨୦୨୦ ଉତ୍କୃଷ୍ଟ ଅଧ୍ୟକ୍ଷ ସମ୍ମାନ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ, ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ଡିପ୍ଲୋମା ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ‌ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ନିକେତନ ନିର୍ଦ୍ଦେଶକ କନିୟରଲାଲ ସାମଲଙ୍କ ସଭାପତି‌ତ୍ୱରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ବିଡ଼ିସିସି ସଭାପତି ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦିକା ବିନୋଦିନୀ ମେହେର, ଚେୟାରମେନ ହାଡୁ ପଧାନ, ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ସାହୁ ଓ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସଦସ୍ୟ ନନ୍ଦି କିଶୋର୍ ଷାଣ୍ଢ ପ୍ରମୁଖ ଉପସ୍ଥିତ ରହିଥିଲେ । ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ବୁଦ୍ଧଦେବ ସାମଲ, ଅବନିଶ କୁମାର, ବିଘ୍ନେ ରଣା, ଆଶୁତୋଷ ପାଢ଼ୀ ପରିଚାଳନାରେ ସହଯୋଗ କରିଥିଲେ । ନୂତନ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମହାବିଦ୍ୟାଳୟର ପରିଚୟ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କୁ ୨୦୨୦ ମସିହା ପାଇଁ ଜାତୀୟ ସ୍ଥରରେ ପ୍ରଦାନ କରାଯାଇଥିବା ଉତ୍କୃଷ୍ଟ ଅଧ୍ୟକ୍ଷ (ବେଷ୍ଟ ପ୍ରିନ୍ସିପାଲ) ସମ୍ମାନକୁ ଅତିଥିମାନେ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

nrusinghnath
Leave A Reply

Your email address will not be published.