ଅବସରପ୍ରାପ୍ତ ସଂହିତା ବିଭାଗ ପ୍ରଫେସର ଡା. ସୁଶୀଳ ମେହେର ଚାଲିଗଲେ

ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ସଂହିତା ବିଭାଗ ପ୍ରଫେସର ଡା ସୁଶୀଳ ମେହେରଙ୍କ ଗତକାଲି ଭୂବନେଶ୍ଵର ସ୍ଥିତ ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିବା ଖବର ମିଳିଛି । ବଲାଙ୍ଗୀର ସାଗର ପଡାରେ ବହୁ ବର୍ଷ ଧରି ନିଜ ଘରେ ରହୁଥିବା ବେଳେ ଜରାସିଂହା ତାଙ୍କ ପୈତୃକ ଗ୍ରାମ । ଜଣେ ଦକ୍ଷ ବୈଦ୍ୟ, ଶିକ୍ଷକ ତଥା ଛାତ୍ର ମହଲରେ ଅତି ପରିଚିତ ଥିଲେ ।ଆୟୁର୍ବେଦ ଜଗତରେ ବଲାଙ୍ଗିର ତଥା ସମଗ୍ର ଓଡିଶାରେ ଏକ ଶୂନ୍ୟସ୍ଥାନ ରହିଗଲା ବୋଲି ଆୟୁର୍ବେଦ ପ୍ରେମୀ ମତ ରଖିଛନ୍ତି ।

Leave A Reply

Your email address will not be published.