ରକ୍ତରଞ୍ଜିତ ହେଲା ଶୁଲିଆ ଖଳା : ବସିଲାନି ଦୋକାନ ବଜାର, କଟକଣାରେ ହେଲା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ବହୁ ଚର୍ଚ୍ଚିତ ଶୁଲିଆ ଯାତ୍ରା ପୀଠ ଏଥର ବି ରକ୍ତରଞ୍ଜିତ ହୋଇଛି । ମଙ୍ଗଳବାର ବହୁ ସଂଖ୍ୟାରେ ବଳି ଦିଆଯାଇଛି । କୋଭିଡ ନିୟମ ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା । ସୋମବାର ରାତିରେ ପାରମ୍ପରିକ ନିଶିପୂଜା ପରେ ମଙ୍ଗଳବାର ଭୋର୍‌ରୁ ଖଇରଗୁଡ଼ା ଓ କୁମୁରିଆ ଖଳାରେ ଆରମ୍ଭ ହୋଇଛି ଶୁଲିଆ ଯାତ୍ରା । ପାଟ ବୁକା ଧରି ଖଳାରେ ପୂଜା କଲା ପରେ ବଳି ପରମ୍ପରା ଆରମ୍ଭ ହୋଇଥିଲା । ଅନ୍ୟପଟେ ପ୍ରଥା ବଜାୟ ରଖୁବାକୁ ପୀଠରେ ବଳି ଦିଆଯାଇଛି ବୋଲି ବଡ଼ ଖଳାର ଦେହେରୀ କହିଛନ୍ତି ।

Leave A Reply

Your email address will not be published.