ଆଇଆର୍‌ଇଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ ହୋଇଆସୁଛି । ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର ସଂଗଠନ ହୋଇ ଆସୁଥିବା ବେଳେ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାଳୀପଲ୍ଲୀ ଗ୍ରାମର ଅଙ୍ଗନାବାଡ଼ି କେନ୍ଦ୍ରରେ ଏହି ବହିଃ-ଚିକିତ୍ସା ସେବା ଶିବିର ଆଇଆର୍‌ଇଏଲ୍ (ଇଣ୍ଡିଆ) ସୌଜନ୍ୟରେ ଆୟୋଜିତ ହୋଇ ପ୍ରାୟତଃ ଦୁଇଶହ ରୋଗୀ ଏହି ସ୍ୱାସ୍ଥ୍ୟ ସେବା ଶିବିର ଦ୍ୱାରା ବହୁ ଉପକୃତ ହୋଇଛନ୍ତି । ଏହି ସ୍ୱାସ୍ଥ୍ୟ ଶିବିରରେ ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍, ଆଇଆର୍‌ଇଏଲ୍ ମେଡ଼ିକାଲର ମୁଖ୍ୟ ଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା, ଫାର୍ମାସିଷ୍ଟ ହୃଷିକେଶ ଆଚାର୍ଯ୍ୟ ପ୍ରମୁଖ କମ୍ପାନୀର ସ୍ୱାସ୍ଥ୍ୟ କର୍ମୀ ଓ ବିଭିନ୍ନ କର୍ମଚାରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ନେତା ତଥା ସମାଜସେବୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଆୟୋଜିତ ଶିବିରରେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.