ls

ଆଜି ହେଉଛି ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ପ୍ରତିବର୍ଷ ଏହି ତିଥିରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଜନ୍ମ ବାର୍ଷିକ ପାଳନ ବହୁତ ଧୁମଧାମରେ ହୋଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଏହି ଅବସରରେ ପାପନାଶିନୀ ଝରଣାରେ ବୁଡ଼ ଦେଇ ପାପ ଖଣ୍ଡନ ହୋଇଥାଏ । ଏଣୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ସହ ନୃସିଂହନାଥ ଠାରୁ ପର୍ବତର ଆର ପରିରେ ଥିବା ହରିଶଙ୍କର ଯାଏ ଚାଲି ଚାଲି ନିଜର ପାପ ଖଣ୍ଡନ ପାଇଁ ଯାଇଥାନ୍ତି ଶ୍ରଦ୍ଧାଳୁ । ଏହି ପବିତ୍ର ଉତ୍ସବରେ ପ୍ରତିବର୍ଷ ମହାପ୍ରଭୁଙ୍କ ଠାରେ ପିତାକନ୍ଦା ଭୋଗ ଲଗାଯିବା ସହ ମନ୍ଦିରର ଝଣ୍ଡା ପରିବର୍ତ୍ତନ କରାଯାଇଥାଏ । ମନ୍ଦିରର କିମ୍ବଦନ୍ତୀ ଅନୁଯାୟୀ ଯେହେତୁ ମହାପ୍ରଭୁଙ୍କୁ ଜଙ୍ଗଲରୁ ହରି କନ୍ଧ ଓ ଯମୁନା କନ୍ଧୁଣି ନାମକ ଜଣେ ସ୍ତ୍ରୀ ପାଇଥିଲେ ଏବଂ ମହାପ୍ରଭୁଙ୍କୁ ପିତାକନ୍ଦା ଭୋଗ ଲଗାଇଥିଲେ ସେହି ପରମ୍ପରା ଅନୁଯାୟୀ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ନରସିଂହ ଚତୁର୍ଦ୍ଦଶୀରେ ଏହି ନୀତି ପାଳନ ହୋଇ ଆସୁଛି । ହେଲେ ଗତ ୨ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ଏହି ପବିତ୍ର ଦିବସରେ ମହାପ୍ରଭୁଙ୍କର ଦର୍ଶନ ତଥା ଝରଣାରେ ବୁଡ଼ରୁ ବଂଚିତ ରହୁଛନ୍ତି ଭକ୍ତ । କୋଭିଡ ନିୟମାନୁସାରେ କେବଳ ରୀତିନୀତି ଅନୁସାରେ ମନ୍ଦିରରେ ବିନା କୌଣସି ଭକ୍ତଙ୍କର ଉପସ୍ଥିତିରେ ମହାପ୍ରଭୁଙ୍କର ଏହି ପବିତ୍ର ଜନ୍ମୋତ୍ସବ ସମ୍ପର୍ଣ୍ଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

pc pk
Leave A Reply

Your email address will not be published.