oum

ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

jsm

ପାରାଦୀପ : ଓଡିଶା ଗଣମାଧ୍ୟମ ଜଗତର ଉଦିୟମାନ, ଦକ୍ଷ ଓ ସାହାସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସ୍ୱର୍ଗତଃ ଅରିନ୍ଦମ ଜଣେ ନିର୍ଭିକ ଓ ସାହାସି ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ଖବର ସଂଗ୍ରହ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଅରିନ୍ଦମ ତାଙ୍କର ସାମ୍ବାଦିକତା କ୍ୟାରିୟର୍‌ରେ ଯେପରି ସାହାସିକତାର ପରିଚୟ ଦେଇଛନ୍ତି, ତାହା ନୁତନ ପିଢିର ଯୁବ ସାମ୍ବାଦିକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସଭାରେ ମତପ୍ରକାଶ ପାଇଥିଲା । ସେ ରିପୋର୍ଟିଂ କରିବା ସମୟରେ ଯେତିକି ଦୁଃସାହସିକତା ଦେଖାଉଥିଲେ ସେତିକି ଆଗଭର ମଧ୍ୟ ହେଉଥିଲେ । ତାଙ୍କ ନିଷ୍ଠାପର କର୍ତ୍ତବ୍ୟ ପରାୟଣତା ସମସ୍ତଙ୍କ ନିକଟରେ ସ୍ମରଣିୟ ହୋଇ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ନିଜର ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.