
- ଧାନ ଚାଷ ହେଲା ନଷ୍ଟ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ରେଙ୍ଗାଲି ଗାଁଁରେ କାଳବୈଶାଖୀ ଯୋଗୁଁ ଲାଇଟ ଖୁମ୍ଵରେ ଗଛ ପଡି ଯାଇଥିବାରୁ ୫ଦିନ ଧରି ବିଦ୍ୟୁତ୍ ସରବରାହ ଠପ୍ ଥିଲା । ଫଳରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା । ଫଳରେ ପ୍ରଚଣ୍ଡ ରୌଦ୍ରତାପରେ ବିଦ୍ୟୁତ୍ ଓ ପାଣି ବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଯାପନ କରୁଥିଲେ ଗ୍ରାମବାସୀ । ଏହାସହ କାଳବୈଶାଖୀ ମାଡ଼ରେ ରେଙ୍ଗାଲି ଫଟାମୁଣ୍ଡାରେ ହୋଇଥିବା ୫୦ ଏକରରୁ ଅଧିକ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗ୍ରାମବାସୀ ସ୍ଥାନୀୟ ଆପ୍ ନେତା ଆଶିଷ ପାଣ୍ଡେଙ୍କ ସହାୟତାରେ ବିଦ୍ୟୁତ୍ ବିଭାଗର ସୁପରିଟେଣ୍ଡଣ୍ଣ୍ଟ ବଲାଙ୍ଗିରଙ୍କୁ ଅଭିଯୋଗ ଜଣାଇବା ପରେ ମଙ୍ଗଳବାର ଅପରାହ୍ନରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କରିଛନ୍ତି । ବିଦ୍ୟୁତ ସରବରାହ ସଂଯୋଗ ହେବା ପରେ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ଥି ପ୍ରକାଶ କରୁଥିବା ଜଣାପଡିଛି ।