ଯୁବ ଯାଦବ ମହାସଭାର ସାଂଗଠାନିକ ସଭା ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ୍ ଯୁବ ଯାଦବ ମହାସଭାର ସାଂଗଠାନିକ ସଭା ମହଗାଁ ସ୍କୁଲ ପଡିଆ ଠାରେ ଯୁବ ସଂଗଠକ ହରେଶ ବଗର୍ତ୍ତୀଙ୍କ ନେତୃତ୍ୱରେ ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ମନୋଜ କୁମାର ହାତୀ, ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଭାପତି ଲିଗାଲ ସେଲ୍‌ ଦିନେଶ ନାଗ, ଛାତ୍ର ଶାଖା ସାଧାରଣ ସମ୍ପାଦକ ଓ ଜିଲ୍ଲା ଯୁବ ଯାଦବ ମହାସଭା ର ସଭାପତି ଦିଲୀପ ରାଜପାଲିଆ, ଜିଲ୍ଲା ପ୍ରବକ୍ତା ଗୌରଚନ୍ଦ୍ର ରାଜପାଲିଆ, ଜିଲ୍ଲା ଉପଦେଷ୍ଟା ଧନେଶ୍ଵର ଛତର, ବଙ୍ଗୋମୁଣ୍ଡା ଯୁବ ସଭାପତି ଘନଶ୍ୟାମ ମନହୀରା, ଜୟଦେବ ସାଗରିଆ, ପର୍ୟ୍ୟବେକ୍ଷକ ତଥା ନଗର ସଭାପତି କୁନା ଭାଟି, ଲିଙ୍ଗରାଜ ବଛା, ଫକୀର ବଗର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଅଧିକାର ଉପରେ ଆଲୋଚନା କରିଥିଲେ । ପରେ କମିଟି ଗଠନ କରାଯାଇଥିଲା । ଅଦାବାହାଲ ଗ୍ରାମପଞ୍ଚାୟତରୁ ସଭାପତି ହେମସାଗର ନାଗ, ଉପସଭାପତି ରାଧାକାନ୍ତ ନାଗ, ସମ୍ପାଦକ ଖିଲେଶ ନାଗ, ସାଧାରଣ ସମ୍ପାଦକ ତ୍ରିନାଥ ରତେଇ, କୋଷାଧ୍ୟକ୍ଷ କୁଣ୍ଡଳ ବଗର୍ତ୍ତୀ ଓ ସୁର୍ଡ଼ା ଗ୍ରାମପଞ୍ଚାୟତରୁ ସଭାପତି ବୃହସ୍ପତି ନାଗ, ଉପସଭାପତି ତରୁଣ ନାଗ, ସାଧାରଣ ସମ୍ପାଦକ ନରେଶ ନାଗ, ସମ୍ପାଦକ କଳିନ୍ଦ୍ରି ବଗର୍ତ୍ତୀ, କୋଷାଧ୍ୟକ୍ଷ ହିମାଂଶୁ ବଛା, ଦୁର୍ଗା ବଗର୍ତ୍ତୀଙ୍କୁ ସୁର୍ଡ଼ା ଗ୍ରାମର ଦାୟିତ୍ଵ ଦିଆଯାଇଛି । କିସନ ବଗର୍ତ୍ତୀ, ମୁକୁନ୍ଦ ବଗର୍ତ୍ତୀ, ମୁରଲୀ ବଗର୍ତ୍ତୀ, ତଥାଗତ କଟା, କ୍ଷମସାଗର ହାତୀ, ମୁକେଶ ବଗର୍ତ୍ତୀ, ଜଗତ ବଛା, ଦେବେନ୍ଦ୍ର ବଗର୍ତ୍ତୀ, ପରାସର ନାଗ, ସଞ୍ଜୟ ବାଗ, ଶିଶୁପାଳ ବାନଛୋର, ଟିନୁ ବାନଛୋର୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.