oom

ଜିଲ୍ଲା ବ୍ରାହ୍ମଣ ମହାସଭାର ସାମୁହିକ ବ୍ରତୋପନୟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାମ ନବମୀ ଅବସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର ତଥା ସଂପାଦକ ଆଇନଜିବୀ ଜୟରାମ ମିଶ୍ରଙ୍କ ତତ୍ୱାବଧାନରେ ଛଅ ଜଣ ବ୍ରାହ୍ମଣ ବାଳକଙ୍କ ଉପନୟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବ୍ରହ୍ମ ସମାଜର ଆର୍ଶିବାଦ ଗ୍ରହଣ ଉପଲକ୍ଷେ ବଲାଙ୍ଗିରର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ରହି ବଟୁମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ପୂର୍ବତନ ସଭାପତି ତଥା ବ୍ରାହ୍ମଣ ସମାଜର ଉପଦେଷ୍ଟା ନୀଳମଣୀ ମିଶ୍ର ଓ ସତ୍ୟବନ୍ତ ବେଦବାକ ଉପସ୍ଥିତ ରହି ବାଳକମାନଙ୍କ ମଙ୍ଗଳକାମନା କରିଥିଲେ । ଏ ବର୍ଷ ଅନୁଷ୍ଠିତ ଭାରତୀୟ ପ୍ରଶାସନିକ ସେବାରେ କୃତିତ୍ୱ ଅର୍ଜନ କରିଥିବା ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ସାଇରାଜ ମିଶ୍ର ସମ୍ମାନିତ କରିବା ପାଇଁ ସ୍ଥିର ହୋଇଛି । ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଏବଂ ତାଙ୍କ ସ୍ୱାମୀ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ, ସଂଗଠନ ସଂପାଦକ କିଶୋର କୁମାର ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ସଂକିତ୍ତନ ତ୍ରିପାଠୀ, କିଶୋର ମୋହନ ମିଶ୍ର, ପର୍ଶୁରାମ ନାୟକ, ବିଶ୍ୱନାଥ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ଚାନ୍ଦ, ପ. ସନ୍ତୋଷ ଶତପଥି । ସହଯୋଗ କରିଥିଲେ ଜୟରାମ ମିଶ୍ର ।

jittmm
Leave A Reply

Your email address will not be published.