ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ଵାରା ଫୋକ୍ ଥିଏଟର (ଲୋକ ନାଟକ)ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି । ଯାହାକି ଓଡ଼ିଶାରେ ୨ ଜଣ ସେ ମଧ୍ୟରୁ ପ୍ରଥମରେ ଲଳିତ ଜଗତ ଅଛନ୍ତି ଓ ବରଗଡ଼ ଜିଲ୍ଲାର ଏକମାତ୍ର ଭାବେ ସିନିୟର୍ ଫେଲୋସିପ୍ରେ ଗୌରବ ଅର୍ଜନ କରିଛନ୍ତି । ଏ ଖୁସିର ଖବର ଶୁଣିବା ମାତ୍ରେ ଓଡ଼ିଶା, ବରଗଡ଼ ଜିଲ୍ଲା ତଥା ମାଣ୍ଡୋସିଲ ଗ୍ରାମର ସମସ୍ତ ଜନ ସାଧାରଣ କଳାକାର ଭାଇମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ବିଶେଷ ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଶ୍ରୀ ଜଗତଙ୍କୁ ନିଜ ବାସଭବନରେ ଉତ୍ତରୀୟ ପୁଷ୍ପଗୁଚ୍ଛ ସମ୍ୱର୍ଦ୍ଧନା ଦେଇ କହିଛନ୍ତି ଯେ ଏହା ବରଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ଶ୍ରୀ ଜଗତ ଜଣେ ବହୁମୁଖୀ ପ୍ରତିଭାଧାରୀ ଏକାଧାରରେ କବି, ଲେଖକ, ଗୀତିକାର, ନାଟ୍ୟକାର ଓ ନିର୍ଦ୍ଦେଶକ ଅଟନ୍ତି । ସେ ସବୁବେଳେ ୩ ଜଣ ବିଶିଷ୍ଠ କଳାକାରଙ୍କୁ ଗୁରୁ ବୋଲି ତାଙ୍କର ଆଦର୍ଶ ନୀତି ଉପଦେଶକୁ ପାଳନ କରୁଥିଲେ । ସେମାନେ ହେଲେ ସୁରେନ୍ଦ୍ର ସାହୁ, କାଳୀଚରଣ ବାଗ ଓ ନବୀନ କିଶୋର ତାଣ୍ଡି । ଶ୍ରୀ ଜଗତଙ୍କ ଉପାୟ ସାଂସ୍କୃତିକ ଅନୁଷ୍ଠାନ ରେଜିଷ୍ଟ୍ରେସନ ଅଛି । ସେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ନାଟକ ମହୋତ୍ସବରେ ଭାଗ ନେଇ ବହୁତ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସବୁବେଳେ ଦୁନିଆରେ ଘଟୁଥିବା ବିଷୟବସ୍ତୁକୁ ନାଟକ ଲେଖି ଚର୍ଚ୍ଚାରେ ଆସିଥାନ୍ତି । ଜନ ସଚେତନତା ଧର୍ମୀ ନାଟକ ଲେଖି ଜନସାଧାରଣଙ୍କୁ ସଚେତନ କରିଥାନ୍ତି । ସେ ଏବେ ପର୍ଯ୍ୟନ୍ତ ୨୦୦ ଶହରୁ ଅଧିକ ନାଟକ ଲେଖି ନିଜେ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ସେ ଜଣେ ଭଦ୍ର, ନମ୍ର, ସରଳ, ଶାନ୍ତ, ପରୋଉପକାରୀ ଓ ସମାଜସେବୀ ବୋଲି ସମସ୍ତଙ୍କର ପ୍ରିୟ ହୋଇଛନ୍ତି ।
Prev Post