‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପ୍ରସାଦ ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା କଳା ସଂସ୍କୃତି ପାଇଁ ସମୟତ ବ୍ୟକ୍ତିତ୍ୱମାଳଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁପୂଜନ ଉତ୍ସଭ ୨୦୨୪ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା କଳା ସଂସ୍କୃତି ପକ୍ଷରୁ ରାଉରକେଲାର ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପଣ୍ଡାଙ୍କୁ ‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । କଳା ଓ ଶିକ୍ଷା କ୍ଷେତ୍ରରେ ନିଷ୍ଠାପର ସାଧନା କରି ନିଜର ସ୍ଥିତି ବଜାୟ ରଖିବାକୁ ଅହରହ ସଂଗ୍ରାମ କରୁଥିବା ଜଣେ ଭବିୟମାନ କଳାକାର ଓ ଶିକ୍ଷକ ଭାବରେ ମାଷ୍ଟରରାଜ ରାଜେନ୍ଦ୍ର ପଣ୍ଡାଙ୍କୁ ଏହି ସମ୍ମାନ ମିଳିଥିବା ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.