om academy

ନରସିଂହଙ୍କ ପୌର ସମୀକ୍ଷା

jsm
  • ସହର ସଫେଇ, ନାଳ ନର୍ଦ୍ଦମା ଓ ଆବର୍ଜନା ପରିଚାଳନାରେ ଘୋର ଦୁର୍ନୀତି : ନରସିଂହ
  • ବନ୍ଧ ପୋଖରୀକୁ ସଫା ରଖିବା ପରିବର୍ତ୍ତେ ଆବର୍ଜନା କୁଣ୍ଡରେ ପରିଣତ କରିଛି ପୌର ପରିଷଦ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ପୌର ପରିଷଦ ଗଠନ ହେବାର ନଅ ମାସ ବିତି ଯାଇଥିଲେ ସୁଦ୍ଧା ସହରର ସଫେଇ ନାଳ ନର୍ଦ୍ଦମା ପରିଚାଳନା ତଥା ପୌରପରିଷଦ ରୋଡ ରାସ୍ତାରେ କିଛି ଉନ୍ନତି ପରିଲକ୍ଷିତ ହୋଇନାହିଁ । ବନ୍ଧ କଣ୍ଟାର ସୁରକ୍ଷା ତଥା ଅବର୍ଜନା ମୁକ୍ତ କରିବା ପରିବର୍ତ୍ତ ପୌର ପରିଷଦ ଖୋଦ ଏହାକୁ ଆବର୍ଜନା କୁଣ୍ଡରେ ପରିଣତ କରିଛି । ବ୍ଲିଚିଂ ପାଉଡର ହେଉ କି ମଶା ତେଲ ସବୁ ଥିରେ ହେଉଥିବା ଦୁର୍ନୀତି ପଦାରେ ପଡିଛି । ତେଣୁ ଅଧିକାରୀମାନେ ସତର୍କତା ସହିତ କାମ କରନ୍ତୁ । ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ଦେବାରେ ଅବହେଳା କରନ୍ତୁ ନାହିଁ । ନଚେତ ସେମାନେ ନିଶ୍ଚିତ ଭାବରେ ଲୋକଙ୍କ ଅକ୍ରୋଷର ଶିକାର ହେବେ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ମ୍ୟୁନିସିପାଲିଟିର ସମୀକ୍ଷା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୌର ପରିଷଦ ଦେଖାଉଥିବା ହୋଲ୍ଡିଂ ପରିମାଣ, ସହର ଜନସଂଖ୍ୟା ହିସାବରେ ଖୁବ୍‌ କମ୍‌ ଦେଖାଉଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ସହରର ଜନସଂଖ୍ୟା, ପରିବାର ଓ ଘର ସଂଖ୍ୟା ବହୁ ପରିମାଣରେ ବଢି ଥିଲେ ସୁଦ୍ଧା ହୋଲ୍ଡିଂ ଟିକସ କମି ଯାଉଥିବାରୁ ଏଥିରେ ଦୁର୍ନୀତିର ତୀବ୍ର ଗନ୍ଧ ଆସୁଛି । ମ୍ୟୁନିସିପାଲିଟି ରାସ୍ତାର ସ୍ଥିତି ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି । ବ୍ଲିଚିଂ, ମଶା ତେଲ ନିୟମିତ ପକାଯାଉଥିବା ରିପୋର୍ଟ କରାଯାଉଥିଲେ ହେଁ ସହର ମଧ୍ୟରେ ମଶାର ପ୍ରାଦୁର୍ଭାବ ବଢି ବଢି ଚାଲିଛି । ଏଥିପାଇଁ ମୁଖ୍ୟତଃ ନାଳ ସଫେଇ ଓ ପରିଚାଳନା ଠିକ୍‌ ଭାବରେ ହେଉ ନଥିବା ହିଁ ମୁଖ୍ୟ କାରଣ ବୋଲି କହିଥିଲେ । ସଂନ୍ଧ୍ୟା ସହରର ମୁଖ୍ୟ ରାସ୍ତାରେ ଝାଡୁ କରି ସଫେଇ କରିବା ଦ୍ୱାରା ସହର ସାରା ଧୁଳିରେ ଭର୍ତ୍ତି ହେଉଛି । ତେଣୁ ଝାଡୁ ମାରିବା ପୂର୍ବରୁ ଟ୍ରାକ୍ଟର ଯୋଗେ ପାଣି ସିଞ୍ଚନ କରାଯାଉ ବୋଲି ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ପୋଖରୀଗୁଡିକରେ ପାଣି ମଣିଷ ବ୍ୟବହାର ଉପେଯାଗୀ କରନ୍ତୁ ନହେଲେ ଅଗାମୀ ଦିନରେ ଏହି ମାମଲା ଗ୍ରୀନ ଟ୍ରିବୁନାଲକୁ ଯାଇପାରେ ବୋଲି ସେ ଚେତାବନୀ ଦେଇଥିଲେ । ସେ ନିଜେ ବଲାଙ୍ଗିର ମ୍ୟୁନିସିପାଲିଟିର ରାସ୍ତା ଓ ନାଳର ସୁବ୍ୟବସ୍ଥା ପାଇଁ ୫ଶହ କୋଟି ଟଙ୍କାର ଏକ ପ୍ୟାକେଜ ଦାବୀ କରିଛନ୍ତି ବୋଲି ସୂଚନା ଦେଇଥିଲେ । ତା’ସହ ଏବର୍ଷର ମ୍ୟୁନିସିପାଲିଟି ବଜେଟ ସହ ଏଥିରେ କେଉଁ କେଉଁ ପ୍ରକଳ୍ପ ସ୍ଥାନିତ କରାଯାଇଛି ତାହାର ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ଆଲୋଚନା ବେଳେ ସହରର ବିଭିନ୍ନ ରାସ୍ତାରେ ଗୃହନିର୍ମାଣ ସାମଗ୍ରୀ ଅବ୍ୟବସ୍ଥିତ ରୂପେ ରଖାଯାଉଥିବାରୁ ସେ ଉପରେ ଲୋକଙ୍କୁ ସଚେତନ କରାଯାଉ ବୋଲି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ତା’ଛଡା ଜନବସତି ଭିତରେ ପୌର ପରିଷଦ କିଭଳି ଏକ ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନ ହେଲା, ଯଦି ଆଗାମୀ ଦିନରେ ଏହା ଯୋଗୁଁ ଲୋକେ କୌଣସି ସଂକ୍ରାମକ ରୋଗରେ ପଡନ୍ତି ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ପୌରନିର୍ବାହୀ ଅଧିକାରୀ ସାମି ଜୟଶ୍ରୀ ରେଡ୍ଡୀ, ପିଡି ଡୁଡା ସୁଦର୍ଶନ ସାଏ, ଏମଇ ପ୍ରଶାନ୍ତି ନାଏକ, ଜେଇ ରୋଜାଲିସା ରାଉତ, ସଂଜୟ ମହାନ୍ତି, ଗୋଲକ ବିହାରି ସାହୁ, ବିଧାୟକ ପ୍ରତିନିଧି ଅଜୟ ବାଲି, ବୁଲୁ ଦାନୀ, ଅସିତ ମିଶ୍ର, କୈଲାସ ମିଶ୍ର, ଲୋପନ ମିଶ୍ର, ନାସିର ଖାନ, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.