ପାଇକମାଲର ବହୁ ଡଲି ମେହେର ଓପିଏସ୍‌ସି ପାଇବା ପରେ ପାଇକମାଲ ଅଞ୍ଚଳରେ ଖୁସିର ମାହୋଲ୍ : ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ବହୁ ତଥା ନୟନ ମେହେରଙ୍କ ଧର୍ମପତ୍ନୀ ଡଲି ମେହେର ଗତକାଲି ପ୍ରକାଶ ପାଇଥିବା ଓପିଏସ୍‌ସି ଫଳାଫଳରେ କୃତିତ୍ୱ ଅର୍ଜନ ପରେ ପାଇକମାଲ ଅଞ୍ଚଳରେ ଖୁସିର ମାହୋଲ ଦେଖା ଯାଇଥିଲା । ରବିବାର ପାଇକମାଲର ସାମ୍ବାଦିକ ମାନେ ତାଙ୍କ ପାଇକମାଲ ସ୍ଥିତ ବାସ ଭବନକୁ ଯାଇ ଡଲି ମେହେରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏନେଇ ଡଲି ମେହେରଙ୍କୁ ଆପଣ ଓପିଏସ୍‌ସିରେ ୧୩୩ ରେଙ୍କ ପାଇବା ପରେ କେମିତି ଲାଗିଲା ଏବଂ ଏହାର ଶ୍ରେୟ କାହାକୁ ଦେବେ ଓ ଭବିଷ୍ୟତରେ ଜନ ସାଧାରଣଙ୍କ ପାଇଁ କଣ କରିବାକୁ ଚାହିଁଛନ୍ତି ବୋଲି ପଚାରିବାରୁ ସେ, ମୁଁ ଫଳାଫଳ ଦେଖିବା ପରେ ମତେ ବହୁତ୍ ଖୁସି ଲାଗିଥିଲା, ମୁଁ ଏହାର ଶ୍ରେୟ ମୋ ସ୍ୱାମୀ, ମୋ ମାଁ ବାପା, ଶାଶୁ ଶଶୁର ଓ ପରିବାର ଲୋକଙ୍କୁ ଦେବି । ଭବିଷ୍ୟତରେ ଯେଉଁ ସ୍ଥାନରେ କାମ କରିବି ସେ ଅଞ୍ଚଳର ଉନ୍ନତି ଓ ଜନସାଧାରଣଙ୍କ ସୁବିଧା ପାଇଁ ମନପ୍ରାଣ ଦେଇ କାମ କରିବି ବୋଲି କହିଥିଲେ । ଏହି ସମୟରେ ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ, ସୁରଥ ସାହୁ, ଧିରେନ୍ ମହାନ୍ତି, ମାନସ ରଞ୍ଜନ ନାୟକ, କୁଞ୍ଜ ସାହୁ, ଦୁର୍ଯ୍ୟୋଧନ ପୁଟା, ସୋମେଶ ମହାନ୍ତି ଓ ଆଦର୍ଶ ନାଥ ପ୍ରମୁଖ ଉପସ୍ଥିତ ଥିବାବେଳେ ତାଙ୍କ ପିତା ଲିଙ୍ଗରାଜ ମେହେର, ଶଶୁର ଉମେଶ ମେହେର ଓ ସମସ୍ତ ପରିବାର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.