ହଳଦୀ କଲେଜ ପକ୍ଷରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ କଲେଜ ପକ୍ଷରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଯୁକ୍ତ ୨ କଳା ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ପାଣ୍ଡେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!