oom

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଇତିହାସ ବିଭାଗର ପ୍ରଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ପ୍ରଧ୍ୟାପକ ଗଜରାଜ ପାତ୍ର, ରସାୟନ ବିଜ୍ଞାନର ପ୍ରଧ୍ୟାପକ ଡ଼ଃ ମନୋଜ କୁମାର ପ୍ରଧାନ ଏବଂ ପଦାର୍ଥ ବିଜ୍ଞାନର ଡେମନଷ୍ଟ୍ରେଟର ରାଜ କିଶୋର ରଥଙ୍କୁ ମହାବିଦ୍ୟାଳୟର କାର୍ଯ୍ୟଭାରରୁ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ-ପ୍ରଧ୍ୟାପିକା, ଅଧ୍ୟାପକ ଏବଂ ଅଧ୍ୟାପିକା ମହାବିଦ୍ୟାଳୟର ବିଦାୟୀ ଶିକ୍ଷକମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ନିଜ ଅଭିଭାଷଣରେ ତାଙ୍କ ମଙ୍ଗଳ କାମନା କରିଥିଲେ । ଏହା ପରେ ବିଦାୟୀ ଶିକ୍ଷକମାନେ ମହାବିଦ୍ୟାଳୟରେ ନିଜର ଅଭିଜ୍ଞତା ବର୍ଣ୍ଣନା ପୂର୍ବକ ଅନୁଷ୍ଠାନର ବିକାଶ ଦିଗରେ ସର୍ବଦା ନିଜର ସାହାଯ୍ୟ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସଭାକୁ ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ପରିଶେଷେରେ ଶିକ୍ଷକ କର୍ମଚାରୀ ସଂଘର ଉପସମ୍ପାଦକ ପ୍ରଶାନ୍ତ ସିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରଧ୍ୟାପକ ତାରା ପ୍ରସାଦ ଶତପଥୀ, ପ୍ରଭାତ ମହାପାତ୍ର, ଡ଼ଃ ବିରଞ୍ଚି ସାହୁ, ସରୋଜ ପଧାନ, ଡ଼ଃ ସରୋଜ ନାୟକ, ଲଳିତ ମୋହନ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.