oum

୨ଠଠ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଜିଲ୍ଲା ଓକିଲ ସଂଘ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ଠଠ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ । କରୋନା ମହାମାରୀ ସମୟରେ ସହରର ପରିମଳ ବ୍ୟବସ୍ଥା ପାଇଁ ଅଂଟା ଭିଡ଼ିଥିବା ସଫେଇ କର୍ମଚାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ‌ମ୍ମାନ ଜଣାଇ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ସମାଜ ପ୍ରତି ରହିଥିବା ନିଜର କ‌ର୍ତ୍ତବ୍ୟକୁ ପ୍ରତିପାଦନ କରିଛି । ସଂଘ ପକ୍ଷରୁ ଆଜି ସ୍ଥାନୀୟ ତହସିଲ କାର୍ୟ୍ୟଳୟ ପରିସରରେ ବଲାଙ୍ଗିର ମ୍ୟୁନିସିପାଲିଟିରେ କାର୍ୟ୍ୟରତ ଥିବା ୨ଠଠ ଜଣ ସଫେଇ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବରେ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦିଆଯାଇଛି । ରେଭିନ୍ୟୁ କୋର୍ଟ ପରିସରରେ ସମ୍ବର୍ଦ୍ଧନ ସଭାର ଆୟୋଜନ କରାଯାଇ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଓକିଲ ସଂଘର ସଂପାଦକ ବାସୁଦେବ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ପ୍ରବୀଣ କୁମାର ସଂଯୋଜନା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ତହସିଲଦାର ମନୋଜ ମହାନନ୍ଦ ଓ ଅତିରିକ୍ତ ତହସିଲଦାର ମଘମନ ବାଗ ଯୋଗ ଦେଇ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଓକିଲ ସଂଘରେ କାର୍ୟ୍ୟରତ କିରାଣୀ ଗଙ୍ଗାଧର ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଡ୍‌ଭୋକେଟ ନିତ୍ୟାନନ୍ଦ ବରେଇ, ଶୁଭ୍ରାଂଶୁ ଶେଖର ପଣ୍ଡା ଓ ଓମ୍‌କାର ନାୟକ ପ୍ରମୁଖ ଏହି ସଭାରେ ନିଜର ମତାମତ ପ୍ରଦାନନ କରିଥିଲେ । ସଂଜୀବ ହୋତା, ବିଜୟ ରଥ, ରଶ୍ମୀରଂଜନ ପଣ୍ଡା, ଜିତେନ୍ଦ୍ର ଷଡଙ୍ଗୀ, ବଲାଜୀ ପଣ୍ଡା ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.