
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅଣନାତି ତଥା ସତସଙ୍ଗର ପ୍ରଧାନ ଆଚାର୍ଯ୍ୟ ପୂଜ୍ୟ ବାବଇ ଦା ‘ଙ୍କ ଶୁଭ ୫୮ତମ ଜନ୍ମ ମହୋତ୍ସବ ଲୋଇସିଂହା ସତସଙ୍ଗ ବିହାର, ବୁର୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ବିହାର ପରିଚାଳନା କମିଟି ଆନୁକୁଲ୍ୟରେ ସକାଳେ ଉଷା କୀର୍ତ୍ତନ ପୂର୍ବକ ପୂର୍ବାହ୍ନରେ ସତସଙ୍ଗ ସଦାଲୋଚନା କରାଯାଇଥିଲା । ପରିଚାଲନା କମିଟି ସଭାପତି ପର୍ଶୁରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସଇଁତଳା ସତସଙ୍ଗ କେନ୍ଦ୍ରର ଅଧୂର୍ଯ୍ୟ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଯୋଗଦେଇ ଭଜନ ତଥା ଯାଜନ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । କମଲ ଅଗ୍ରୱାଲ, ମଞ୍ଜୁବାଲା ମେହେର, କୁନା ମିସ୍ତ୍ରୀ, ହରିଶ୍ଚନ୍ଦ୍ର ସାହୁ ଭଜନ ପରିବେଷଣ କରିଥିବା ବେଳେ ଉମାକାନ୍ତ ବାରିକ ସାମୁହିକ କୀର୍ତ୍ତନ ପରିବେଷଣ କରିଥିଲେ । ଡ. ହିମାଂଶୁ ମିଶ୍ର, ରଘୁମଣି ବାରିକ, ହିମାଂଶୁ ସାହୁ, ମାଗିରାମ ବିଶ୍ଵାଳ, ରମାକାନ୍ତ ବାରିକ, ପରମାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଆଖପାଖ ଗ୍ରାମାଞ୍ଚଳର ଶତାଧିକ ସତସଙ୍ଗ ପ୍ରେମୀ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ବିଭୁକୃପା ଲାଭ କରିଥିଲେ ।