ଡେଲାଙ୍ଗରେ ଆତ୍ମନିର୍ଭର ଅଭିଯାନ ସମାବେଶ : ୩ ମହିଳା ଉତ୍ପାଦକ ଗୋଷ୍ଠୀଙ୍କୁ ମେସିନ ସହାୟତା

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ମା’ମାନେ ଆତ୍ମ ନିର୍ଭର ତଥା ସ୍ୱାବଲମ୍ବୀ ହୋଇପାରିଲେ । ଆତ୍ମନିର୍ଭର ଭାରତ ଗଠନ ପ୍ରୟାସ ସଫଳ ହୋଇପାରିବ ବୋଲି ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଗୁଆଳିପଡ଼ା ପଂଚାୟତ ଅନ୍ତର୍ଗତ ବୋଳକଣା ଗ୍ରାମରେ ଶନିବାର ଅନୁଷ୍ଠିତ । ଆତ୍ମନିର୍ଭର ଭାରତ ଅଭିଯାନ ସମାବେଶରେ ଆହ୍ୱାନ ଦେଇଛନ୍ତି । ଗୁଆଳିପଦା ପଂଚାୟତ ସଂଯୋଜିକା ଶୁଭଲକ୍ଷ୍ମୀ ସ୍ୱାଇଁଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ମହିଳା ଗୋଷ୍ଠୀ ସଂଯୋଜିକା ମମତା ସାମନ୍ତରାୟ ଓ ଜୟଶ୍ରୀ ଧଳ, ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରାଧ୍ୟାପକ ଗଙ୍ଗାଧର ବରାଳ, ଡେଲାଙ୍ଗ ବ୍ଲକ ଆତ୍ମା ସଭାପତି ଲଡୁକିଶୋର ରାୟ, ଗୁଆଳିପଡ଼ା ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି ଇଂ ହରେକୃଷ୍ଣ ସ୍ୱାଇଁ, ପୁରୀ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ଶ୍ୱେତକୁମାର ନାୟକ, ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ବିଶ୍ୱାଳ, ମଣ୍ଡଳର ମହିଳା ସଭାନେତ୍ରୀ ଶୁଭଶ୍ରୀ ଭୂୟାଁ, ବବି କୋଦମାସିଂହ, ର୍ରେଞ୍ଚର ସଂଯୋଜିକା ଶାନ୍ତିଲଡା ପାଢ଼ୀ, ଉଷାରାଣୀ ପାଇକରାୟ, ଭାରତୀଙ୍କ ସହ ଗୁଆଳିପଡ଼ା ପଂଚାୟତ ପ୍ରମୁଖ ଆଲୋକ ଛାଟୋଇ ପ୍ରମୁଖ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିକଳ୍ପିତ ଆତ୍ମ ନିର୍ଭର ଭାରତ ଅଭିଯାନ ଓ ଘରେ ଘରେ ସ୍ୱଦେଶୀ, ପ୍ରତି ଘରେ ସ୍ୱଦେଶୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଟୁଟୁ ଓରଫ ପ୍ରିୟଦର୍ଶନ ଜେନା ମଞ୍ଚ ସଂଯୋଜନା କରିଥିଲେ । ରାଜ୍ୟ ସଂଯୋଜିକା ଜୟଶ୍ରୀ ଧଳ ସ୍ୱରଚିତ ସଂଗୀତ ଆବୃତ୍ତି କରି ସଚେତନତା ବାର୍ତା ଦେଇଥିଲେ । ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ମହିଳା ଗୋଷ୍ଠୀମାନେ ଉତ୍ପାଦକ ଗୋଷ୍ଠୀ ଗଠନ କରି ଏହା ମାଧ୍ୟମରେ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବିଧାୟକ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ଵ ମହିଳା ଓ ପୁରଷ କର୍ମୀଙ୍କୁ ବିଧାୟକ ଶ୍ରୀ ପଟ୍ଟନାୟକ ସ୍ୱଦେଶୀ ସଂକଳ୍ପ ପତ୍ର ପାଠ କରାଇବା ସହ ସଂକଳ୍ପ ପତ୍ରରେ ସ୍ଵାକ୍ଷର ସଂଗ୍ରହ କରିଥିଲେ । ଏହି ସମାବେଶରେ ମାଛପଡ଼ାର ମା’ ମଙ୍ଗଳା ମହିଳା ଗୋଷ୍ଠୀ ଓ ବୋଳକଣାର ମହାବୀର ମହିଳା ଗୋଷ୍ଠୀଙ୍କୁ ଧୂପ କାଠି ( ଅଗରବତୀ) ପ୍ରସ୍ତୁତି ମେସିନ, ଗୁଆଳିପଡ଼ାର ମା’ ଦୁଲଣା ମହିଳା ଗୋଷ୍ଠୀଙ୍କୁ ଖଲି/ ପେପର ଥାଳି, ଗିନା, କପ ପ୍ରସ୍ତୁତି ମେସିନ ପ୍ରଦାନ କରାଯାଇଥିଲା । ସଂଯୋଜିକା ଶୁଭଲକ୍ଷ୍ମୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.