csstore

ଲଉଡିଦରହା ସମବାୟ ସମିତିକୁ ଛୁଇଁଲା କରୋନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ପଞ୍ଚାୟତର ଲଇଡିଦରହା ଏବଂ ଡୁଙ୍ଗୁରିପାଲି ଗ୍ରାମରେ କରୋନା ଛୁଇଁଥିବା ଜଣାପଡିଛି । ଲଉଡିଦରହା ଗ୍ରାମ ପଞ୍ଚାୟତର ସରପଞ୍ଚ ବଳରାମ ଖମାରୀ ଡୁଙ୍ଗରିପାଲି ଗ୍ରାମ କୁ ୧୬/୯/୦୨୦ ଠାରୁ ୧୮/୯/୦୨୦ ପର୍ୟ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି। ଲଉଡିଦରହା ସମବାୟ ସମିତିର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ଥଣ୍ଡା,କାଶ, ଜ୍ଵର ହୋଇଥିବାରୁ ସେମାନଙ୍କୁ ହୋମ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରତିଦିନ ବହୁ ସଂଖ୍ୟାରେ ଚାଷୀମାନେ ସମବାୟ ସମିତିକୁ ଆସୁଥିବାରୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଚାଷୀମାନଙ୍କ ପ୍ରବେଶ ଉପରେ ରୋକ ଲଗାଇ ସଙ୍ଗେ ସଙ୍ଗେ ସମିତିର ଅନ୍ୟ ଏକ କର୍ମଚାରୀ ଦେବରାଜ ସାହୁ ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ଗ୍ରାମମାନଙ୍କୁ ଯାଇ ଚାଷୀମାନଙ୍କୁ ସୂଚନା ଦେଇଥିଲେ। ଚାଷୀମାନେ ଏହା ଜାଣିବା ପରେ କେତେକ ଚାଷୀ ତାଙ୍କ ନିଜ ନିଜ ଗ୍ରାମର ଦେବାଳୟ ଠାରେ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

jayashree
Leave A Reply

Your email address will not be published.