om academy

କୃଷକ ସୈନିକ ସମ୍ମାନ ଦିବସ ପାଳିତ : ଦୀନ୍‌ଦୟାଲ ମେଲର ସଂପାଦକ ଶିବଶରଣ ମିଶ୍ରଙ୍କ ସହ ଅନ୍ୟମାନେ ସମ୍ମାନିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଜୟନ୍ତୀକୁ କୃଷକ ସୈନିକ ସମ୍ମାନ ଦିବସ ରୂପେ ପାଳନ କରାଯାଇଛି । ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚାର ସଭାପତି ଭମରା ଟପ୍ପୋଙ୍କ ଆବାହକତ୍ୱ ଓ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖପାତ୍ର ଗଙ୍ଗାଧର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଲେ ଯେ, ନରେନ୍ଦ୍ର ମୋଦୀ କେବଳ ଭାରତବର୍ଷ ନୁହଁ ସମଗ୍ର ବିଶ୍ୱରେ ଏକ ବନ୍ଦନୀୟ ନାମ । ଯାହାର ଆଚରଣ ଓ ଉଚ୍ଚାରଣରେ ଅପୂର୍ବ ସମନ୍ୱୟ ରହିଛି । ଭାରତକୁ ଏକ ବିକାଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ଏକ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିଛି । ଏହି ଅବସରରେ ଶ୍ରୀ ରାଉତ ‘ହେ ନରେନ୍ଦ୍ର ମୋଦୀ’ ଶୀର୍ଷକ କବିତା ପାଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଲେ ଯେ, ନରେନ୍ଦ୍ର ମୋଦୀ ଏକ ମହାଦୃମ । ମହାଦୃମର ପରିଚୟ ଦିଆଯାଏ ନାହିଁ । ସେ ନିଜେ ନିଜର ପରିଚୟ । ବିଶ୍ୱରେ ଭାରତକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ତାଙ୍କର ଅହରହ ଉଦ୍ୟମକୁ ସମଗ୍ର ବିଶ୍ବ ଦେଖୁଛି । ଏହି ଅବସରରେ ପୂର୍ବତନ ସୈନିକ ସର୍ବଶ୍ରୀ ସୁବେଦାର ଧନେଶ୍ବର ଦାସ, ଶିବଶରଣ ମିଶ୍ର, ପି.କେ.ପାଣିଗ୍ରାହୀ, ଜୟନ୍ତ କୁମାର ବେରିହା, ନିର୍ମଳ କୁମାର ଦାସ, ଜଗବନ୍ଧୁ ଗାୟନ, ଡି.କେ.ମହାରଣା, ପି.ସି.ପରିଜା, ପି.କେ.ପତି, ଉତ୍କଳ ସ୍ବାଇଁ ଓ ଜିଲ୍ଲାର କୃଷକ ମାନଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା, ଭଗବାନ ରାଉତ, ଲଲାଟେନ୍ଦୁ ନାୟକ, ବାବୁ ପରିଡା ପ୍ରମୁଖ ମଞ୍ଚାସୀନ ଥଲେ । ପ୍ରବାଳ ରଂଜନ ବାରିକ, ନିରଞ୍ଜନ ନାୟକ, ମନୋଜ ପଟ୍ଟନାୟକ, ଦୁର୍ଗା ତନ୍ତୀ ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥବା ବେଳେ ଶ୍ରୀ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.