oom

ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ ଅନୁଷ୍ଠିତ

jsmm

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବକ୍ସି ବଜାର, କଟକର ଦି ୟୁନିଭର୍ସ ପ୍ରାଙ୍ଗଣ ଠାରେ ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତି କବି କବୟିତ୍ରୀ ବୃନ୍ଦ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ । ସହିଦ୍ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜୟନ୍ତୀ ସମାରୋହରେ ବରେଣ୍ୟ ଅତିଥିଭାବେ ଶ୍ରୀଯୁକ୍ତ ରାଜ କିଶୋର ସ୍ୱାଇଁ, କବି ସଞ୍ଜୟ ପରିଜା, କବି ପଣ୍ଡିତ ନୀଳକଣ୍ଠ ରାଉତ, ଶିକ୍ଷାବିତ୍ ଏବଂ କବି ବ୍ରହ୍ମାନନ୍ଦ ମହାନ୍ତି, ସୁରେନ୍ଦ୍ର ମହାପାତ୍ର, କବି ସୁଭବ୍ରତ ମହାପାତ୍ର, କବି ଚିତ୍ତ ରଞ୍ଜନ ପରିଡ଼ା, ଶିକ୍ଷାବିତ୍ରା ରାଜୀବ ଷଡ଼ଙ୍ଗୀ, କବି ଡ଼କ୍ଟର ବୈଜୟନ୍ତୀମାଳା ଶତପଥୀ, ଶିକ୍ଷାବିତ୍ ଏବଂ କବୀ ଶ୍ରୀମତୀ ଭଗବତୀ ଖଟୁଆ, କବୀ
ଡ଼କ୍ଟର ସେକ କଳିମୁଲ୍ଲା, ପ୍ରାକ୍ତନ ପ୍ରାଧ୍ୟାପକ ଡ଼କ୍ଟର ଦିପାୟନ ପଟ୍ଟନାୟକ, ଲଳିତେନ୍ଦୁ ପଲାଉରି ସ୍ତମ୍ଭକାର ଯୋଗଦାନ କରି ସହିଦ୍ ବିର୍ସା ମୁଣ୍ଡାଙ୍କ ଜାତୀୟତାବାଦ ଏବଂ ସଂଘର୍ଷର କାହାଣୀ ବ୍ୟାଖ୍ୟା କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସହିଦ୍ ବିର୍ସା ମୁଣ୍ଡା ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ସହିଦ୍ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶପଥ ଗ୍ରହଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିର୍ସା ମୁଣ୍ଡାଙ୍କ ସଂଘର୍ଷର କାହାଣୀକୁ ବ୍ୟାଖ୍ୟା କରିଥିଲେ । ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.